ସଂଖ୍ୟା ଓ ସଂଖ୍ୟା ପଦ୍ଧତି
ମନେରଖି :-
1, 2, 3, 4, 5 ଗୁଡ଼ିକ ଗଣନ ସଂଖ୍ୟା ।
👉ଦୁଇଟି କ୍ରମିକ ସଂଖ୍ୟା ମଧ୍ୟରେ ଅନ୍ତର 1 ଅର୍ଥାତ୍, ଦ୍ବିତୀୟ ସଂଖ୍ୟାଟି ପ୍ରଥମ ସଂଖ୍ୟାଠାରୁ 1 ବେଶି ।
👉କୌଣସି ସଂଖ୍ୟାରୁ 1 ବିୟୋଗ କଲେ ସଂଖ୍ୟାଟିର ପୂର୍ବବର୍ତ୍ତୀ ସଂଖ୍ୟା ମିଳେ ।
👉 କୌଣସି ସଂଖ୍ୟାରେ 1 ଯୋଗ କଲେ ସଂଖ୍ୟାଟିର ପରବର୍ତ୍ତୀ ସଂଖ୍ୟା ମିଳେ ।
👉ଏକ ଅଙ୍କ ବିଶିଷ୍ଟ 9 ଟି ସଂଖ୍ୟା ଅଛି ।
ସେହିପରି ଦୁଇ ଅଙ୍କ ବିଶିଷ୍ଟ 90 ଟି ।
3 ଅଙ୍କ ବିଶିଷ୍ଟ 900 ଟି ।
4 ଟି ଅଙ୍କ ବିଶିଷ୍ଟ 9000 ଟି ସଂଖ୍ୟା ଅଛି ।
ଏକ ଅଙ୍କ ବିଶିଷ୍ଟ ବୃହର ସଂଖ୍ୟା ଓ ଦୁଇଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ଭିତରେ ଅନ୍ତର 1।
ଅର୍ଥାତ୍ 10 – 9 = 1 ସେହିପରି 100 – 99 = 1 1000 - 999 = 1 10000 - 9999 = 1
ଏକଅଙ୍କ ବିଶିଷ୍ଟ 4 ଟି ଯୁଗ୍ଧ ସଂଖ୍ୟା ଓ 5 ଟି ଅଯୁଗ୍ଧ ସଂଖ୍ୟା
ଅଛି ।
643279 ସଂଖ୍ୟାଟିରେ 9 ର ସ୍ଥାନୀୟ ମାନ = 9 ଏକ = 9
7 ର ସ୍ଥାନୀୟ ମାନ = 7 ଦଶ ='70
2 ର ସ୍ଥାନୀୟ ମାନ = 2 ଶତ = 200
3 ର ସ୍ଥାନୀୟ ମାନ 3 ହଜାର = 3000
4 ର ସ୍ଥାନୀୟ ମାନ = 4 ଅୟୁତ = 4000)
6 ର ସ୍ଥାନୀୟ ମାନ = 6 ଲକ୍ଷ = 600000 କୌଣସି ବଡ଼ ସଂଖ୍ୟାକୁ ପଢ଼ିବା ସୁବିଧା ପାଇଁ କମା ବ୍ୟବହାର କରାଯାଏ । କୋଟି, ଲକ୍ଷ, ହଜାର ପରେ କମା ଦିଆଯାଏ । ଯଥା- 25,03,41,596 ।
Comments
Post a Comment