Skip to main content

Chalklit training (All Module )

                      
                            ପ୍ରାକ୍ ସୂଚନା -1
ଅଧିବେଶନର ଲକ୍ଷ
ଅଂଶଗ୍ରହଣକାରୀମାନଙ୍କୁ ବିଦ୍ୟାଳୟରେ ସ୍ୱଚ୍ଛତା, ସଂକ୍ରମଣର ପ୍ରତିରୋଧ ଓ ନିୟନ୍ତ୍ରଣ, ଜଳ, ପରିମଳ ପରିଚ୍ଛନ୍ନତା (ୱାସ)ର ମୌଳକ ଉପାଦାନ ଓ ଶିଶୁ ଉପଯୋଗୀ ଜଳ, ପରିମଳ ଓ ପରିଚ୍ଛନ୍ନତା (ୱାସ) ଭିତ୍ତିଭୂମିଗୁଡ଼ିକର ଡିଜାଇନ/ ନିର୍ମାଣ ସମ୍ପର୍କରେ ଅବଗତ କରିବା ଏବଂ କୋଭିଡ୍‍-୧୯ ପରିପ୍ରେକ୍ଷୀରେ ବିଦ୍ୟାଳୟରେ ସେଗୁଡ଼ିକରେ ଆବଶ୍ୟକ ପରିବର୍ତ୍ତନ/ ଉନ୍ନତିକରଣ/ ବିକାଶ କରିବା ।
ମୁଖ୍ୟ ବିଷୟବସ୍ତୁ 
୧. ବିଦ୍ୟାଳୟରେ ଜଳ, ପରିମଳ ଓ ପରିଚ୍ଛନ୍ନତା (ୱାସ) ସମ୍ପର୍କରେ ଧାରଣା
୨. ସ୍ୱଚ୍ଛ ବିଦ୍ୟାଳୟ ନିମନ୍ତେ ଥିବା ଆବଶ୍ୟକ ପ୍ୟାକେଜ୍‍ ଓ ପ୍ରମୁଖ ଉପାଦାନ (କୋଭିଡ୍‍-୧୯ ଓ ଅଣ କୋଭିଡ୍‍ ପରିପ୍ରେକ୍ଷୀରେ)
୩. ବିଦ୍ୟାଳୟ /ହଷ୍ଟେଲରେ ସଂକମ୍ରଣର ପ୍ରତିରୋଧ ଓ ନିୟନ୍ତ୍ରଣ କରିବାର ପ୍ରମୁଖ ବ୍ୟବସ୍ଥା ଏବଂ ପଦକ୍ଷେପ
zoom 1: https://youtu.be/hc-5O5k0WjA
ତାଲିମ୍ ପରବର୍ତ୍ତୀ ପଦକ୍ଷେପ ଓ ଫଳାଫଳ 
ଏହି ଅଧିବେଶନର ଶିକ୍ଷା, ଅଂଶଗ୍ରହଣକାରୀମାନଙ୍କୁ ବିଦ୍ୟାଳୟରେ ରହିଥିବା ବର୍ତ୍ତମାନର ୱାସ ବ୍ୟବସ୍ଥାଗୁଡ଼ିକୁ ଶିଶୁ ଉପଯୋଗୀ କରିବା ନିମନ୍ତେ ଧାରଣା ଦେବ । ଏହାଦ୍ୱାରା ବିଦ୍ୟାଳୟରେ ଥିବା ଜଳ, ପରିମଳ ଓ ପରିଚ୍ଛନ୍ନତା (ୱାସ) ଭିତ୍ତିଭୂମିଗୁଡ଼ିକରେ ଉନ୍ନତି ଆଣିବା ନିମନ୍ତେ ସୁଯୋଗ ସୃଷ୍ଟି ହେବ, ସ୍କୁଲ ପରିବେଶ ସୁରକ୍ଷିତ ରହିବ ଓ ସେମାନଙ୍କର ସାମର୍ଥ୍ୟର ବିକାଶ ହେବ ।
                                   ଜଳ-2
ଅଧିବେଶନର ଲକ୍ଷ
 ଅଂଶଗ୍ରହଣକାରୀମାନଙ୍କୁ ବିଦ୍ୟାଳୟରେ ଜଳ ସମ୍ପର୍କରେ ରହିଥିବା ସମ୍ଭାବିତ ସମସ୍ୟା ଯଥା ଉପଲବ୍ଧତା, ପର୍ଯ୍ୟାପ୍ତ, ସୁଗମତା, ଗୁଣବତ୍ତା, ସଂରକ୍ଷଣ, ପରୀକ୍ଷଣ, ପ୍ରତିକାର ଓ ପୁନଃ-ବ୍ୟବହାର ଓ ଜଳ ସଂରକ୍ଷଣ ଆଦି ପ୍ରାବଧାନ/ ବ୍ୟବସ୍ଥା ସମ୍ପର୍କରେ ଅବଗତ କରିବା ।
ମୁଖ୍ୟ ବିଷୟବସ୍ତୁ 
୧. ଜଳ ସମ୍ପର୍କରେ ଧାରଣା, ବିଦ୍ୟାଳୟରେ ଏହାର ପ୍ରାବଧାନ/ ବ୍ୟବସ୍ଥା
୨. ଜଳକୁ ରଖାଯିବାର ବ୍ୟବସ୍ଥା ଏବଂ ଜଳର ଗୁଣାତ୍ମକ ପରୀକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ୱ ଦେବା, ଯାହାକି ବିଦ୍ୟାଳୟରେ ପଢ଼ୁଥିବା ଶିଶୁଙ୍କ ନମିନ୍ତେ ସୁରକ୍ଷିତ ହୋଇପାରିବ ।
୩. ବିଦ୍ୟାଳୟରେ ଜଳ ସଂରକ୍ଷଣ ନିମନ୍ତେ ଥିବା ପ୍ରାବଧାନ / ବ୍ୟବସ୍ଥା ।
ତାଲିମ୍ ପରବର୍ତ୍ତୀ ପଦକ୍ଷେପ ଓ ଫଳାଫଳ 
ଏହି ଅଧିବେଶନରୁ ଶିକ୍ଷାଲାଭ କରି ଅଂଶଗ୍ରହଣକାରୀମାନେ ବିଦ୍ୟାଳୟରେ ପିଲାମାନଙ୍କର ଜଳ, ପରିମଳ ଓ ପରିଚ୍ଛନ୍ନତା (ୱାସ) ସମ୍ପର୍କିତ ଆବଶ୍ୟକତା ତଥା ଭିତ୍ତିଭୂମିର ବିକାଶ କରିବା ଦିଗରେ ଦୃଷ୍ଟି ଦେବେ । ଏହାସହିତ ବିଦ୍ୟାଳୟରେ ଆବଶ୍ୟକ ପରିମାଣର ବ୍ୟବହାରଯୋଗୀ ପାନୀୟ ଜଳର ଉପଲବ୍ଧତାକୁ ନିର୍ଦ୍ଧାରିତ କରିବେ ଏବଂ ବିଦ୍ୟାଳୟରେ ପିଲାମାନେ ଜଳ ଅମଳ /ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଦିଗରେ ଗୁରୁତ୍ୱ ଦେବେ ।
                                 ପରିିିଳମ -3
ଅଧିବେଶନର ଲକ୍ଷ
ଅଂଶଗ୍ରହଣକାରୀମାନଙ୍କୁ ବିଦ୍ୟାଳୟରେ ଶିଶୁ ଉପଯୋଗୀ, ଭିନ୍ନକ୍ଷମ ଓ ଲିଙ୍ଗଭିତ୍ତିକ ପାଇଖାନା, ସରକାରଙ୍କ ବିଭିନ୍ନ ନିର୍ଦ୍ଦେଶାବଳୀ ଏବଂ ଡିଜାଇନ୍‍ ସମ୍ପର୍କରେ ଅବଗତ କରିବା । ଏଥିସହିତ ଅଂଶଗ୍ରହଣକାରୀ ସ୍ୱଚ୍ଛ ଓ ସୁରକ୍ଷିତ ପାଇଖାନା, ଏହାର ବ୍ୟବହାର, କାର୍ଯ୍ୟକାରିତା, ରକ୍ଷଣାବେକ୍ଷଣ ଆଦିର ଗୁରୁତ୍ୱ ଏବଂ ଗୁଣାତ୍ମକ ଦିଗ ସମ୍ପର୍କରେ ଧାରଣା ଦେବା ସହିତ ବିଦ୍ୟାଳୟରେ ଶିଶୁମାନଙ୍କର ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ଜ୍ଞାନ ଓ ଦକ୍ଷତା ବୃଦ୍ଧି କରିବା ।
ମୁଖ୍ୟ ବିଷୟବସ୍ତୁ
୧. ବିଦ୍ୟାଳୟଗୁଡ଼ିକରେ ପାଇଖାନା/ ମୁତ୍ରାଳୟ ଓ ସ୍ୱଚ୍ଛତା : ଆବଶ୍ୟକ ଉପାଦାନ
୨. ଶିଶୁ ଉପଯୋଗୀ, ଭିନ୍ନକ୍ଷମ ଓ ଲିଙ୍ଗଭିତ୍ତିକ ପାଇଖାନାଗୁଡ଼ିକର ଗୁରୁତ୍ୱ, ଆବଶ୍ୟକତା ଓ ଡିଜାଇନ୍‍
୩. ବିଦ୍ୟାଳୟରେ ସ୍ୱଚ୍ଛ, ନିରାପଦ, କାର୍ଯ୍ୟକ୍ଷମ ଓ ବ୍ୟବହାର ଯୋଗ୍ୟ ପାଇଖାନାର ପ୍ରାବଧାନ ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ତଦାରଖ ବ୍ୟବସ୍ଥା ।
ତାଲିମ୍ ପରବର୍ତ୍ତୀ ପଦକ୍ଷେପ ଓ ଫଳାଫଳ 
ଏହି ଅଧିବେଶନରୁ ଶିକ୍ଷା ଲାଭକରି  ଅଂଶଗ୍ରହଣକାରୀମାନେ ବିଦ୍ୟାଳୟରେ ନିର୍ଦ୍ଦାରିତ/ ସ୍ତିରୀକୃତ ନିୟମ ଅନୁସାରେ ଭିନ୍ନକ୍ଷମ ଓ ଲିଙ୍ଗଭିତ୍ତିକ ଆଧାରରେ ବ୍ୟବହାରଯୋଗ୍ୟ, ଶିଶୁ ଉପଯୋଗୀ, ସ୍ୱଚ୍ଛ, ନିରାପଦ, କାର୍ଯକ୍ଷମ ଅଲଗା ଅଲଗା ପାଇଖାନାର ବ୍ୟବସ୍ଥା କରିପାରିବେ ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ଯତ୍ନବାନ ହେବେ ।
       ମାନସିକ ଋତୁସ୍ରାବ ସ୍ବସ୍ଥ୍ୟରକ୍ଷା ପରିଚାଳନା -4
ଅଧିବେଶନର ଲକ୍ଷ
ଅଂଶଗ୍ରହଣକାରୀମାନଙ୍କୁ ବିଦ୍ୟାଳୟରେ କିଶୋରୀ ବାଳିକାଙ୍କ ଋତୁସ୍ରାବଜନିତ ସ୍ୱାସ୍ଥ୍ୟରକ୍ଷାର ପରିଚାଳନାର ବିଭିନ୍ନ ଦିଗ ସମ୍ପର୍କରେ ଧାରଣା ଦେବା/ ଅବଗତ କରିବା ଏବଂ ଋତୁସ୍ରାବ ସମୟରେ କିଶୋରୀ ବାଳିକାଙ୍କ ପାଇଁ ବିଦ୍ୟାଳୟରେ ଏକ ସୁସ୍ଥ ଓ ସୁରକ୍ଷିତ ପରିବେଶ ସୃଷ୍ଟି କରି ସେମାନଙ୍କ ସମ୍ମାନ ଏବଂ ଗୋପନୀୟତା ବଜାୟ ରଖିବା ।
ମୁଖ୍ୟ ବିଷୟବସ୍ତୁ
୧. ବିଦ୍ୟାଳୟରେ କିଶୋରୀ ବାଳିକାମାନଙ୍କ ମାସିକ ଋତୁସ୍ରାବଜନିତ ସ୍ୱାସ୍ଥ୍ୟରକ୍ଷା ପରିଚାଳନା ନିମନ୍ତେ ଜଳ, ପରିମଳ ଓ ପରିଚ୍ଛନ୍ନତା (ୱାସ) ର ଗୁରୁତ୍ୱ
୨. ବିଦ୍ୟାଳୟରେ ସୁରକ୍ଷିତ ମାସିକ ଋତୁସ୍ରାବଜନିତ ପରିଚାଳନା ପାଇଁ ଆବଶ୍ୟକଜଳ, ପରିମଳ ଓ ପରିଚ୍ଛନ୍ନତା (ୱାସ) ବ୍ୟବସ୍ଥା ଏବଂ ଏହାର ଡିଜାଇନ୍‍
୩. ବିଦ୍ୟାଳୟରେ ସୁରକ୍ଷିତ ମାସିକ ଋତୁଚକ୍ର ପରିଚାଳନା ପାଇଁ ଆବଶ୍ୟକ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ
ତାଲିମ୍ ପରବର୍ତ୍ତୀ ପଦକ୍ଷେପ ଓ ଫଳାଫଳ
ଏହି ଅଧିବେଶନରୁ ଶିକ୍ଷାଲାଭ କରି ଅଂଶଗ୍ରହଣକାରୀମାନେ ବିଦ୍ୟାଳୟରେ କିଶୋରୀ ବାଳିକାଙ୍କ ମାସିକ ଋତୁସ୍ରାବଜନିତ ସୁରକ୍ଷିତ ପରିଚାଳନା ପାଇଁ ଉପଯୋଗୀ ଜଳ, ପରିମଳ ଓ ପରିଚ୍ଛନ୍ନତା (ୱାସ) ବ୍ୟବସ୍ଥାଗୁଡ଼ିକ ସୁନିଶ୍ଚିତ କରିବା ସହିତ ଏକ ସୁସ୍ଥ ଓ ସୁରକ୍ଷିତ ପରିବେଶ ସୃଷ୍ଟି କରି ପାରିବେ ଯାହା ସେମାନଙ୍କ ସମ୍ମାନ ଏବଂ ଗୋପନୀୟତା ବଜାୟ ରଖିବ ।
 

Comments

Popular posts from this blog

Diksha all Module link✍✍✍

Just click and the Module open 1. Module 1 2. Module 2 3. Module 3 4.  Module 4 5. Module 5 6. Module 6 7. Module 7 (https://diksha.gov.in/explore-course/course/do_31314912845280870412825) 8. Module 8 9. Module 9 10. Module 10 11. Module 11 12. Module 12 13. Module 13 14. Module 14 15. Module 15 16. Module 16 17. Module 17 18. Module 18

Promotion of Safe Use of Internet, Gadgets and Media

Promotion of Safe Use of Internet, Gadgets and Media   •We should not believe everything shown in advertisements. •It is important to clarify information. False information affects our attitudes and behaviors. •We may end up buying products or investing in something unnecessarily because of the way they have been portrayed in media and be disappointed, or even harmed. A lot of time, effort and money may be wasted. •We may develop wrong notions that perpetuate myths and stereotypes around several issues, such as, gender roles, misuse of substances, trying dangerous stunts without training and supervision. •There is a difference between real and reel. Not all which might appear real or look real is the reality. As aware citizens, we need to clarify what we see on internet and media with trusted sources.   ବିଜ୍ଞାପନରେ ଦେଖାଯାଇଥିବା ସବୁକିଛି ଆମେ ବିଶ୍ believe କରିବା ଉଚିତ୍ ନୁହେଁ |  ସୂଚନା ସ୍ପଷ୍ଟ କରିବା ଜରୁରୀ ଅଟେ |  ମିଥ୍ୟା ସୂଚନା ଆମର ମନୋଭାବ ଏବଂ ଆଚରଣକୁ ପ୍ରଭାବ...

PRIMARY SCHOOL Books link (Class 1 to 8)

I n this article all primary books ( Odiya) link is available, you just click and choose the DIKSHA Bowers the books is open  Class 1st  1. ହସ ଖେଳ 2. ହସ ଖେଳ 2 Class 2nd   1. ହସ ଖୁସି 2. ଗଣିତ ଖେଳ 3. ଜଣା ଅଜଣା Class 3rd 1. ଗଣିତ ମଜା 2. ଜଣା ଅଜଣା 3. ଆମ ଭାଷା ଆମ ସାହିତ୍ୟ   Class 4th  1. ଆମେ ଓ ଆମ ପରିବେଶ   2. ଗଣିତ କୁହୁକ 3. ସାହିତ୍ୟ କଳିକା 4. My English book Class 5th 1. My English book 2. ପରିବେଶ ବିଜ୍ଞାନ 3. ଗଣିତ ଧାରା 4. ସାହିତ୍ୟ ଧାରା Class 6th  1.  ଆମ ସାହିତ୍ୟ 2. ଗଣିତ 4. ଇତିହାସ ଓ ରାଜଣିତି ବିଜ୍ଞାନ 5. ଭୂଗୋଳ 6. କମ୍ପ୍ୟୁଟର ଶିକ୍ଷା ଓ ପ୍ରୟୋଗ 7. My English book Class 7th  1. English Reader 2. କମ୍ପ୍ୟୁଟର ଶିକ୍ଷା ଓ ପ୍ରୟୋଗ 3. ଭୂଗୋଳ 4. ଇତିହାସ ଓ ରାଜଣିତି ବିଜ୍ଞାନ 5. ଗଣିତ 6. ସାହିତ୍ୟ ସୌରଭ 7. ବିଜ୍ଞାନ Class 8th 1. କମ୍ପ୍ୟୁଟର ଶିକ୍ଷା ଓ ପ୍ରୟୋଗ 2. ଭୂଗୋଳ 3. ସରଳ ଗଣିତ ଓ ଜ୍ୟାମିତି 4. ଇତିହାସ ଓ ରାଜନୀତି ବିଜ୍ଞାନ 5. ଆମ ଓଡ଼ିଆ ବ୍ୟାକରଣ 6. ସରଳ ସାହିତ୍ୟ 7. ସାହିତ୍ୟିକା 8. ବିଜ୍ଞାନ 9. A new approach to English 9. Story Past and present